Friday, November 15, 2024

Brundabanare Go (ବୃନ୍ଦାବନରେ ଗୋ : ରାସ ସଂକୀର୍ତ୍ତନ): Poet Manohar Meher

(ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ)
=====

ବୃନ୍ଦାବନରେ ଗୋ ! 
* ରାସ-ସଙ୍କୀର୍ତ୍ତନ * 

ଗୀତ-ରଚନା : କବି ମନୋହର ମେହେର (୧୮୮୫-୧୯୬୯)
=====
ବୃନ୍ଦାବନରେ ଗୋ, କୃଷ୍ଣ କଲେ ରାସକେଳି ।
ଦେଖି ପୁଲକିତ ତନୁ  ହୁଏ ମହୀ-ଆଳି ।।
ବୃନ୍ଦାବନରେ ଗୋ ! (ଘୋଷା)
*
ତୁଳ ମାସ ହରି ବାସ  ଦିନେ ବନମାଳୀ,
ଭାନୁସୁତା ସଙ୍ଗେ କଲେ  ନିକୁଞ୍ଜରେ ମେଳି ।।
ବୃନ୍ଦାବନରେ ଗୋ ! ... (୧)
*
ଲଳିତା ବିଶାଖା ଆଦି  ଘେନି ଅର୍ଘ୍ୟଥାଳୀ,
ଆନନ୍ଦରେ ବନ୍ଦାଇଣ  ଦେଲେ ହୁଳହୁଳି ।।
ବୃନ୍ଦାବନରେ ଗୋ ! ... (୨)
*
ଆଲଟ ଚାମର ଧରି  କେତେ ବ୍ରଜବାଳୀ,
କର୍ପୂର ଚୂଆ ଚନ୍ଦନ  ଅଙ୍ଗେ ଦେଲେ ବୋଳି ।।
ବୃନ୍ଦାବନରେ ଗୋ ! ... (୩)

*
କେ ବର୍ଣ୍ଣିପାରିବ ମୁଖେ  ରାଧାକୃଷ୍ଣ-କେଳି,
ଭିଆଇଛନ୍ତି ଯେ ପ୍ରଭୁ  କେ ପାରିବ କଳି ।।
ବୃନ୍ଦାବନରେ ଗୋ ! ... (୪)
*
ଷୋଳ ସସ୍ର ଗୋପକନ୍ୟା  ରଚିଲେ ମଣ୍ଡଳୀ,
ଦୀନ ମନୋହର ମାଖେ   ଚରଣର ଧୂଳି ।।
ବୃନ୍ଦାବନରେ ଗୋ ! ... (୫)

=====
* * * * * * * *

ମୋର ପୂଜ୍ୟ ପିତାମହ କବି ମନୋହର ମେହେରଙ୍କ ରଚିତ ଏହି ଗୀତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କାର୍ତ୍ତିକ ପୂର୍ଣ୍ଣିମା (ରାସପୂର୍ଣ୍ଣିମା) ଅବସରରେ ଶ୍ରୀରାଧାକୃଷ୍ଣ ରାସମଣ୍ଡପରେ ସଙ୍କୀର୍ତ୍ତନ ଦଳମାନଙ୍କ ଦ୍ବାରା ପରିବେଷିତ ହେଉଥିଲା । ଏବେ ମଧ୍ୟ ହେଉଥିବ ବୋଲି ଆଶା ।

କବିଙ୍କ ଜନ୍ମଶତବାର୍ଷିକୀ ପାଳନ ଅବସରରେ ୧୯୮୫ ରେ ପ୍ରକାଶିତ 'ମନୋହର ପଦ୍ୟାବଳୀ' ପୁସ୍ତକରୁ ଏହି ଗୀତଟି ଗୃହୀତ ।)
===

Reference : 
Brundavanare Go (Raasa Sankirttana) :
http://hkmeher.blogspot.in/2009/11/poet-manohar-meher-brundabanare-go.html
*
Poet Manohar Meher : A Profile :
http://kavi-manohar-meher.blogspot.in/2010/04/kavi-manohar-meher.html
====
 


No comments:

Post a Comment