(ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ)
=====
ବୃନ୍ଦାବନରେ ଗୋ !
* ରାସ-ସଙ୍କୀର୍ତ୍ତନ *
ଗୀତ-ରଚନା : କବି ମନୋହର ମେହେର (୧୮୮୫-୧୯୬୯)
=====
ବୃନ୍ଦାବନରେ ଗୋ, କୃଷ୍ଣ କଲେ ରାସକେଳି ।
ଦେଖି ପୁଲକିତ ତନୁ ହୁଏ ମହୀ-ଆଳି ।।
ବୃନ୍ଦାବନରେ ଗୋ ! (ଘୋଷା)
*
ତୁଳ ମାସ ହରି ବାସ ଦିନେ ବନମାଳୀ,
ଭାନୁସୁତା ସଙ୍ଗେ କଲେ ନିକୁଞ୍ଜରେ ମେଳି ।।
ବୃନ୍ଦାବନରେ ଗୋ ! ... (୧)
*
ଲଳିତା ବିଶାଖା ଆଦି ଘେନି ଅର୍ଘ୍ୟଥାଳୀ,
ଆନନ୍ଦରେ ବନ୍ଦାଇଣ ଦେଲେ ହୁଳହୁଳି ।।
ବୃନ୍ଦାବନରେ ଗୋ ! ... (୨)
*
ଆଲଟ ଚାମର ଧରି କେତେ ବ୍ରଜବାଳୀ,
କର୍ପୂର ଚୂଆ ଚନ୍ଦନ ଅଙ୍ଗେ ଦେଲେ ବୋଳି ।।
ବୃନ୍ଦାବନରେ ଗୋ ! ... (୩)
*
କେ ବର୍ଣ୍ଣିପାରିବ ମୁଖେ ରାଧାକୃଷ୍ଣ-କେଳି,
ଭିଆଇଛନ୍ତି ଯେ ପ୍ରଭୁ କେ ପାରିବ କଳି ।।
ବୃନ୍ଦାବନରେ ଗୋ ! ... (୪)
*
ଷୋଳ ସସ୍ର ଗୋପକନ୍ୟା ରଚିଲେ ମଣ୍ଡଳୀ,
ଦୀନ ମନୋହର ମାଖେ ଚରଣର ଧୂଳି ।।
ବୃନ୍ଦାବନରେ ଗୋ ! ... (୫)
=====
* * * * * * * *
ମୋର ପୂଜ୍ୟ ପିତାମହ କବି ମନୋହର ମେହେରଙ୍କ ରଚିତ ଏହି ଗୀତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କାର୍ତ୍ତିକ ପୂର୍ଣ୍ଣିମା (ରାସପୂର୍ଣ୍ଣିମା) ଅବସରରେ ଶ୍ରୀରାଧାକୃଷ୍ଣ ରାସମଣ୍ଡପରେ ସଙ୍କୀର୍ତ୍ତନ ଦଳମାନଙ୍କ ଦ୍ବାରା ପରିବେଷିତ ହେଉଥିଲା । ଏବେ ମଧ୍ୟ ହେଉଥିବ ବୋଲି ଆଶା ।
କବିଙ୍କ ଜନ୍ମଶତବାର୍ଷିକୀ ପାଳନ ଅବସରରେ ୧୯୮୫ ରେ ପ୍ରକାଶିତ 'ମନୋହର ପଦ୍ୟାବଳୀ' ପୁସ୍ତକରୁ ଏହି ଗୀତଟି ଗୃହୀତ ।)
===
Reference :
Brundavanare Go (Raasa Sankirttana) :
http://hkmeher.blogspot.in/2009/11/poet-manohar-meher-brundabanare-go.html
*
Poet Manohar Meher : A Profile :
http://kavi-manohar-meher.blogspot.in/2010/04/kavi-manohar-meher.html
====